ରାଜଧାନୀରେ ଚାଞ୍ଚଲ୍ୟ : ଫ୍ୟାନ ରେ ଝୁଲିଲେ ସ୍ୱାମୀ ଓ ସ୍ତ୍ରୀ

29

ଆଜି ଭୁବନେଶ୍ୱରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା I ଲକ୍ଷ୍ମୀସାଗରରେ ଥାନା ଅଞ୍ଚଳରେ ଥିବା ସିଦ୍ଧି ବିନାୟକ ଆପାର୍ଟମେଣ୍ଟ ରେ ଫ୍ୟାନ ରେ ଝୁଲି ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି I ଏଥିରେ ସ୍ତ୍ରୀଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ,ସ୍ୱାମୀଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି I ତେବେ ଘଟଣାର ସଠିକ କାରଣ ଜଣ ପଡି ନ ଥିଲେ ମଧ୍ୟ ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ ହୋଇଥିବା ଜଣI ପଡିଛି । ଦମ୍ପତି ଙ୍କର ପୁଅ ଝିଅ ସ୍କୁଲ ଯାଇଥିବା ସମୟରେ ଏହି ଚରମ ନିଷ୍ପତି ନେଇଥିଲେ I ଖବର ପାଇ ଲକ୍ଷ୍ମୀ ସାଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.