ପ୍ରକାଶ ପାଇଲା NIRF ର‍୍ୟାଙ୍କିଂ ୨୦୨୨ ତାଲିକା, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୩ ବର୍ଷ ଧରି IISC ବେଙ୍ଗାଲୁରୁ ପ୍ରଥମ

29

ପ୍ରକାଶ ପାଇଲା NIRF ର‍୍ୟାଙ୍କିଂ ୨୦୨୨ ତାଲିକା । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୩ ବର୍ଷ ଧରି IISC ବେଙ୍ଗାଲୁରୁ ପ୍ରଥମ ର‍୍ୟାଙ୍କରେ ରହିଛି । ଦ୍ୱିତୀୟରେ JNU, ତୃତୀୟରେ ଜାମିଆ ମିଲିଆ ଇସଲାମିଆ ୟୁନଭରସିଟି ରହିଛି । ଚତୁର୍ଥରେ ଯାଦବପୁର ୟୁନିଭରସିଟି ଓ ପଞ୍ଚମ ର‍୍ୟାଙ୍କରେ ଅଛି ଅମ୍ରିତା ବିଶ୍ୱ ବିଦ୍ୟାପୀଠ ।

ଶ୍ରେଷ୍ଠ ମେଡିକାଲ କଲେଜ ତାଲିକାର ପ୍ରଥମରେ ରହିଛି AIIMS ଦିଲ୍ଲୀ । ଦ୍ୱିତୀୟରେ PGMIER ଚଣ୍ଡିଗଡ଼ ଓ ତୃତୀୟରେ ରହିଛି ଖ୍ରୀଷ୍ଟିଆନ ମେଡିକାଲ କଲେଜ ଭେଲୋର । ସେହିଭଳି ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଲିଷ୍ଟରେ ରହିଛି IIT ମାଡ୍ରାସ । ଦ୍ୱିତୀୟ ସ୍ଥାନରେ IIT ଦିଲ୍ଲୀ, ତୃତୀୟରେ IIT ବମ୍ବେ, ଚତୁର୍ଥରେ IIT କାନପୁର ଓ ପଞ୍ଚମରେ ରହିଛି IIT ଖଡଗପୁର ।

Comments are closed, but trackbacks and pingbacks are open.