ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ମାଲକାନଗିରି ସମେତ ଏକାଧିକ ଜିଲ୍ଲାରେ ୪ ଦିନ ସ୍କୁଲ ଛୁଟି

68

ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ମାଲକାନଗିରି ଜିଲ୍ଲାରେ ଆସନ୍ତା ୪ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏପ୍ରିଲ ୨୨, ୨୩, ୨୪ ଏବଂ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ଶିଶୁ ବାଟିକା (ଅଙ୍ଗନୱାଡି) ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ। ସମସ୍ତ ସରକାରୀ, ବେସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ। କେବଳ ମାଲକାନଗିରି ନୁହେଁ, ବରଂ ତାପମାତ୍ରା ବୃଦ୍ଧି ପାଉଥିବାରୁ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ନେଇ ଜିଲ୍ଲା ଶିକ୍ଷାଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଲା  ବଲାଙ୍ଗୀର, ଗଞ୍ଜାମ, ଖୋର୍ଦ୍ଧା ପୁରୀ, କୋରାପୁଟ, ମୟୂରଭଞ୍ଜ,ନୟାଗଡ଼ ଏବଂ ସୁବର୍ଣ୍ଣପୁର ଆଗାମୀ ଦିନରେ ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.