ଲୋକମାନଙ୍କୁ ଭ୍ୟାକ୍ସିନ ନେବାକୁ ଟିକାକେନ୍ଦ୍ରକୁ ପଠାନ୍ତୁ, ପୁରସ୍କାର ନିଅନ୍ତୁ

1 122

କୋୱିନ ଆପ ମାଧ୍ୟମରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ଲଗାଇବାରେ ସହାୟତା କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ଆପରେ କିଛି ପରିବର୍ତ୍ତନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ତେଣୁ ଆପଣ ଯେତେବେଳେ ଭ୍ୟାକ୍ସିନ ଲଗାଇାବକୁ ଯିବେ, ଆପଣ କାହାର ରେଫରେନ୍ସରେ ଆସିଛନ୍ତି ବୋଲି ପ୍ରଶ୍ନ କରାଯିବ । ଯେଉଁ ବ୍ୟକ୍ତିଙ୍କ ରେଫରେନ୍ସରେ ଅଧିକ ଲୋକ ଭ୍ୟାକ୍ନିନ ନେବାକୁ ଆସିବେ, ତାଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ ସମଗ୍ର ଦେଶରେ ଭ୍ୟାକ୍ସିନେସନ ପ୍ରକ୍ରିୟା ଆଗେଇ ଚାଲିଥବବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୫ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି ।ସେହି ଅନୁସାରେ ସରକାରଙ୍କ ହର ଘର ଦସ୍ତକ ଯୋଜନା ମାଧ୍ୟମରେ ଅଧିକ ଲୋକଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି । ତେବେ କେତେ ସଂଖ୍ୟକ ଲୋକଙ୍କୁ ଭ୍ୟାକ୍ସିନ ନେବାକୁ ପଠାଇବା ପରେ ପୁରସ୍କାର ମିଳିବ, ସେନେଇ କୌଣସି ସ୍ଥରୀକୃତ ହୋଇନାହିଁ ।

1 Comment
  1. lmrfzuuqwy says

    tgznwqdemmfhuwikqfndgupuouesww

Leave A Reply

Your email address will not be published.