ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା

67

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ତେବେ ଗତ ସପ୍ତାହରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ହେଁ ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସସ୍ମିତଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ପରବର୍ତ୍ତୀ ସଂସଦୀୟ ଦଳ ନେତା କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ କର୍ପୋରେଟ୍ ମୁଖ୍ୟ ସଂତୃପ୍ତ ମିଶ୍ର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇପାରନ୍ତି ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ୨୦୨୨ ଜୁଲାଇ ୨୯ ତାରିଖରେ ସସ୍ମିତ ପାତ୍ରଙ୍କୁ ବିଜେଡିର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ମୋଟ ୬ ଜଣ ସାଂସଦ ରହିଛନ୍ତି। ସଂସଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିବାରେ ସସ୍ମିତଙ୍କ ବଡ଼ ଭୂମିକା ରହିଥିଲା।

Comments are closed, but trackbacks and pingbacks are open.