ଭୁବନେଶ୍ୱର: ଆଜି ପୋଲିସ ସେବା ଭବନରେ ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ ସର୍ବଣା ବିବେକ ଏମ୍ । ଏହା ପୂର୍ବରୁ ସେ ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିଲେ। ସେଥିରେ ସର୍ବଣା ବିବେକ ଏମ୍ଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଥିଲା। ଜଗମୋହନ ମୀନା ଚାକିରି ଛାଡ଼ି ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଫିସର ଡ. ସର୍ବଣା ବିବେକ ଏମ୍ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେବା ପରେ କହିଛନ୍ତି ଯେ ଆମ ସମସ୍ତଙ୍କୁ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ। ନିଜର କାର୍ଯ୍ୟଦକ୍ଷତା ଓ ସାହାସିକତା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି।
Comments are closed, but trackbacks and pingbacks are open.