ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

53

ଭୁବନେଶ୍ୱର, ଜୁନ୍ ୧୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) ଅନ୍ତର୍ଗତ ସୋସିଆଲ୍ ସାଇନସ୍ ଓ ହ୍ୟୁମାନିଟିଜ୍ ବିଭାଗର ଇଂରାଜୀ ବିଭାଗର ଗବେଷକ ଛାତ୍ର ଶ୍ରୀଯୁକ୍ତ ସାନ୍ଦିପନି ଚୌଧୁରୀଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି ।
ତାଙ୍କର ସନ୍ଦର୍ଭଟି ମାଲେସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନୟନଦିପ୍ ସିଂ କନୱାଲ୍‌ଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆମେରିକାର ବିଶିଷ୍ଟ ଔପନ୍ୟାସିକ କୋର୍‌ମାକ୍ ମାର୍କକାର୍ଥିଙ୍କ ଉପନ୍ୟାସର ବର୍ଣ୍ଣନାଧର୍ମୀ ଶୈଳୀ ଉପରେ ଶ୍ରୀ ଚୌଧୁରୀ ଯେଉଁ ମୌଳିକ ଉପାଦେୟ ମୂଳକ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ବେଶ୍ ସୁଦୃଢ଼ ଓ ସଶକ୍ତ ଭିତିଭୂମି ଉପରେ ପ୍ରତିଷ୍ଠିତ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି ।
ହରିୟାନାସ୍ଥ ସେଂଟ୍ରାଲ୍ ୟୁନିଭରସିଟିର ପ୍ରଫେସର୍ ଡକ୍ଟର ତନୁ ଗୁପ୍ତା ସନ୍ଦର୍ଭଟିର ଗୁଣାତ୍ମକ ମୂଲ୍ୟବୋଧ ଓ ନିଷ୍କର୍ଶରେ ମୌଳିକତା ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ଚୌଧୁରୀ ସୋଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଦୀର୍ଘ ୪ବର୍ଷରୁ ଅଧିକ ସମୟ ଧରି ଗବେଷଣା କରିଆସୁଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ସୋଆର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଉଚ୍ଚ ଗବେଷଣା କାର୍ଯ୍ୟ ନିମନ୍ତେ ବିଶ୍ୱର ବହୁ ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦ୍ୱାରା ପ୍ରଶଂସିତ ହୋଇ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବର ପରମ୍ପରା ବଜାୟ ରଖିଛନ୍ତି ।

Comments are closed, but trackbacks and pingbacks are open.