RSS ମୁଖ୍ୟାଳୟ ନିକଟରୁ ବିପୁଳ ବିସ୍ଫୋରକ ଜବତ;ସମଗ୍ର ଅଞ୍ଚଳକୁ ସିଲ୍ କଲା ପୋଲିସ

220

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁର ସହରର ବ୍ୟସ୍ତମୟ ଅଞ୍ଚଳ ମଧ୍ୟରୁ ଗୋଟିଏ ସିଏ୍ ରୋଡ୍ ସ୍ଥିତ ଦୋସର ଭବନ ଛକ ନିକଟରୁ ପ୍ରଚୁର ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଉଜ୍ଜଳ ଅମ୍ବାଦାସ ଲାଞ୍ଜେଓ୍ବର ଲାଞ୍ଜେଓ୍ବାର ନାମକ ବ୍ୟକ୍ତିଙ୍କ ଘରର ଠିକ୍ ପାଖରେ ଏକ ସନ୍ଦିଗ୍ଧ ବ୍ୟାଗ୍ ମିଳିଛି। ଏହାର ଯାଞ୍ଚ କରିବା ପରେ ପୋଲିସ ବି ଚକିତ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗଣେଶପେଠ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ଦିଗ୍ଧ ବ୍ୟାଗକୁ ଭଲଭାବେ ଯାଞ୍ଚ କରିବା ପରେ, ୧୫ ଟି ଜେଲେଟିନ୍ ଷ୍ଟିକ୍, ୫୦ ଟି ଡେଟୋନେଟର ଏବଂ ୮ ଟି କନେକ୍ଟର୍ ଉଦ୍ଧାର କରାଯାଇଥିଲା। ଏକ ଆବାସିକ ଅଞ୍ଚଳରେ ଏତେ ପରିମାଣର ବିସ୍ଫୋରକ ମିଳିବା ଏକ ବଡ଼ ଷଡ଼ଯନ୍ତ୍ରକୁ ସୂଚିତ କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟାଗଟି ପ୍ରାୟ ଗୋଟିଏ ମାସ ଧରି ଉଜ୍ଜ୍ୱଳ ଲାଞ୍ଜେୱାରଙ୍କ ଘର ପାଖରେ ଅବ୍ୟବସ୍ଥିତ ଭାବରେ ପଡ଼ି ରହିଥିଲା। ପ୍ରଥମେ କେହି ଜାଣିପାରି ନଥିଲେ, କିନ୍ତୁ ବହୁତ ସମୟ ପରେ ଯେତେବେଳେ କେହି ଏହାକୁ ନେବାକୁ ଆସିଲେ ନାହିଁ, ଲାଞ୍ଜେୱାରଙ୍କ ସନ୍ଦେହ ହେଲା। ସେ ତୁରନ୍ତ ନାଗପୁର ପୋଲିସକୁ ଖବର ଦେଇଥିଲେ। ବିସ୍ଫୋରକ ମିଳିଥିବା ସ୍ଥାନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ସତର୍କ ଅଛନ୍ତି। ପରିସ୍ଥିତିର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟବର୍ତ୍ତୀ ସମସ୍ତ ଦୋକାନ ବନ୍ଦ କରି ସମଗ୍ର ଅଞ୍ଚଳକୁ ଖାଲି କରିଦେଇଛି।

Comments are closed, but trackbacks and pingbacks are open.