CUET-2022 (କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା)ପାଇଁ ଏପ୍ରିଲ ୨ରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ, ବିଜ୍ଞପ୍ତି ଜାରି କଲା NTA

34

କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (CUET 2022) ପାଇଁ ବିଜ୍ଞପ୍ତି ଜାରି I ଜାତୀୟ ପରୀକ୍ଷା ଏଜେନ୍ସି (NTA) ସୂଚନା ଅନୁସାରେ CUET 2022 ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବାର ତାରିଖ ବୃଦ୍ଧି କରାଯାଇଛି I ସୂଚନା ଅନୁଯାୟୀ, CUET ପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ୬ ଏପ୍ରିଲ 2022 ରୁ ଆରମ୍ଭ ହେବ I
କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ cuet.samarth.ac.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏନେଇ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦ ରେ ସମାପ୍ତ ହେବାକୁ ଥିବାବେଳେ ପ୍ରବେଶିକା ପରୀକ୍ଷା ତାରିଖ ସ୍ଥିରୀକୃତ ହୋଇ ନ ଥିବାବେଳେ ଜୁଲାଇ ରେ ପରୀକ୍ଷା ହେବ ବୋଲି ଆଶାକରଯାଉଛି I

ଚଳିତ ଥର ସିୟୁଇଟି ସିବିଟି ମୋଡ଼ରେ ଅନୁଷ୍ଠିତ ହେବ । ଏନେଇ ଅପଡେଟ ଜାଣିବା ପାଇଁ ଆଶାୟୀଙ୍କୁ ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି । ଏନଟିଏ ପ୍ରଥମ ଥର ପାଇଁ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସିୟୁଇଟିର ଆୟୋଜନ କରିବାକୁ ଯାଉଛି । ଏଥର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଣ୍ଡରଗ୍ରାଜୁଏଟ କୋର୍ସରେ ନାମଲେଖା ସିୟୁଇଟି ଆଧାରରେ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାର ମାର୍କକୁ ଏ କ୍ଷେତ୍ରରେ ବିଚାରକୁ ନିଆଯିବ ନାହିଁ । ଏନଟିଏ ଦ୍ୱାରା ପ୍ରସ୍ତୁତ ମେରିଟ୍ ଲିଷ୍ଟକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ । ଏହି ପରୀକ୍ଷା ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ, ଉର୍ଦୁ, ଆସାମୀ, ବଙ୍ଗାଳୀ, ପଞ୍ଜାବୀ, ଓଡ଼ିଆ ଓ ଇଂରାଜୀ ଆଦି ୧୩ଟି ଭାଷାରେ ଆୟୋଜିତ ହେବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକମରେ ନାମଲେଖା ପାଇଁ ସିୟୁଇଟି ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଥିଲା ।ପରୀକ୍ଷା ଜୁଲାଇର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଅନୁଷ୍ଠିତ ହୋଇପାରେ I ତେବେ ପରୀକ୍ଷାର କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର NTA ର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ I
ଗୁରୁତ୍ୱପୂର୍ଣ୍ଣ ତାରିଖ

  1. ପଞ୍ଜୀକରଣ ଆରମ୍ଭ ତାରିଖ – ୬ ଏପ୍ରିଲ ୨୦୨୨
  2. ପଞ୍ଜୀକରଣ ଶେଷ ତାରିଖ – ମଇ ୬ , ୨୦୨୨
  3. ଆବେଦନ ଶୁଳ୍କ ଦାଖଲ କରିବାର ଶେଷ ତାରିଖ – ମେ ୬ ରୁ ରାତି ୧୧ .୫୫ ପର୍ଯ୍ୟନ୍ତ |

ଏହିପରି ଆବେଦନ କରନ୍ତୁ

  1. ଛାତ୍ରମାନେ ସର୍ବପ୍ରଥମେ samarth.edu.in ରେ CUET ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ
  2. ଏହା ପରେ ଆପଣ ମୂଳପୃଷ୍ଠାରେ ଦିଆଯାଇଥିବା ଲିଙ୍କ୍ (CUET 2022) ଉପରେ କ୍ଲିକ୍ କରନ୍ତୁ
  3. ବର୍ତ୍ତମାନ ଦିଆଯାଇଥିବା ନିୟମାବଳୀ ଅନୁଯାୟୀ ପଞ୍ଜିକରଣ କରନ୍ତୁ
  4. ଏହା ପରେ, ଆପଣଙ୍କଠାରୁ ପଚରାଯାଇଥିବା ସୂଚନା ପ୍ରବେଶ କରି ଲଗଇନ୍ କରନ୍ତୁ
  5. ବର୍ତ୍ତମାନ ଆପଣ ଆବେଦନ ଫର୍ମ ପୂରଣ କରିବା ଆରମ୍ଭ କରିପାରିବେ
  6. ଏହା ପରେ ଆପଣ ଆବେଦନ ଶୁଳ୍କ ଦେଇପାରିବେ
  7. ଏହାସହିତ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରି ଭବିଷ୍ୟତ ପାଇଁ ରଖନ୍ତୁ I

Comments are closed, but trackbacks and pingbacks are open.