ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସମନ୍ୱୟ ବୈଠକ

15

ପୁରୀ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱରେଜ୍, ଡ୍ରେନେଜ ଏବଂ ଟ୍ରାଫିକ୍ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ବୈଠକ ପରେ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ନୀତିକାନ୍ତି ଠାରୁ ଆରମ୍ଭ ବାହାର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁ ବିଭାଗରେ ତ୍ରୁଟି ପରିଲକ୍ଷିତ ହୋଇଛି, ତ୍ରୁଟି ସୁଧାରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗତବର୍ଷ ଘଟିଥିବା ଅଘଟଣକୁ ଏଡ଼ାଇବାକୁ ଜାନୁଆରୀ ମାସଠାରୁ ଉଦ୍ୟମ ଜାରି ରହିଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।ଚିକିତ୍ସା ପାଇଁ ୨୦୦ରୁ ଅଧିକ ବେଡ୍ ପ୍ରସ୍ତୁତ କରାଯାଉଛି । ପ୍ରାୟ ୧୫୦୦ରୁ ଅଧିକ ଡାକ୍ତର ଓ ପାରା ମେଡ଼ିକାଲ୍ ଷ୍ଟାଫ୍ ନିୟୋଜିତ ହେବେ । ସେହିପରି ଆଇସିୟୁ ଏବଂ ଅସ୍ଥାୟୀ ବର୍ଣ୍ଣ ୟୁନିଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Comments are closed, but trackbacks and pingbacks are open.