ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ‘ତହେଲକା’ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ ୨୦୧୩ ଯୌନ ନିର୍ଯାତନା ମାମଲାରେ ସୋମବାର ଗୋଆର ମାପୁସା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ତେଜପାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣରୁ ଛାଡ଼ ପାଇବାକୁ ଆବେଦନ କରିଥିଲେ। ତେବେ ଉଚ୍ଚତମ ଅଦାଲତ ଗତମାସରେ ଏହି ଯାଚିକାକୁ ଖାରଜ କରିବା ସହ ୩ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ମଧ୍ୟରେ ହିଁ ତେଜପାଲ୍ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ନଭେମ୍ବର ମାସରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତେଜପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଥିଲା।
Comments are closed, but trackbacks and pingbacks are open.