ରାହୁଲଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ଥି

29

ରାହୁଲ ଗାନ୍ଧୀଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି । ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ । ସୁରଟର ସେସନ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଥିବା ଜଣାପଡ଼ିଛି । ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ସୋମବାର ଦିନ ରାହୁଲ ଗାନ୍ଧୀ ଗୁଜରାଟର ସୁରଟସ୍ଥିତ ସେସନ କୋର୍ଟରେ ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ଆବେଦନ କରିଥିଲେ । ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ ।

ପିଟିସନ ଦାଖଲ ପରେ ସେସନ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ତେବେ ରାହୁଲଙ୍କ ଏଭଳି ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ସେସନ କୋର୍ଟରେ ପିଟିସନ ଦାଖଲକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିଥିଲେ । ଟୁଇଟ୍ କରି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍ ରିଜିଜୁ ଲେଖିଥିଲେ, ଆବେଦନ କରିବା ଲାଗି ରାହୁଲ୍ ଗାନ୍ଧୀ ବୋଧହୁଏ ସୁରଟ ଯିବେ । ଆବେଦନ ପତ୍ର ଦାଖଲ କରିବା ଲାଗି ଜଣେ ଦୋଷୀ ବ୍ୟକ୍ତିଗତ ଭାବେ ଯିବା ଅନାବଶ୍ୟକ ।

କୌଣସି ଦୋଷୀ ବ୍ୟକ୍ତିଗତ ଭାବେ ଯାଆନ୍ତିନାହିଁ । ଦଳେ ନେତା ଓ ସହଯୋଗୀଙ୍କୁ ସାଥିରେ ଧରି ବ୍ୟକ୍ତିଗତ ଭାବେ ଯିବା ଗୋଟାଏ ଡ୍ରାମା ଛଡ଼ା ଅନ୍ୟ କିଛି ନୁହେଁ । ରାହୁଲ୍ ଗାନ୍ଧୀ ଯାହା କରୁଛନ୍ତି ତାହା ହେଉଛି ଅଦାଲତଙ୍କ ଉପରେ ଚାପ ପକାଇବାକୁ ହାସ୍ୟାସ୍ପଦ ପ୍ରଚେଷ୍ଟା । ଦେଶର ସମସ୍ତ ଅଦାଲତ ଏଭଳି କୌଶଳରୁ ସୁରକ୍ଷିତ ଅଛନ୍ତି ବୋଲି ଅନ୍ୟ ଏକ ଟୁଇଟ୍‌ରେ ରିଜିଜୁ କହିଥିଲେ ।

Comments are closed, but trackbacks and pingbacks are open.