ଏକ୍ସପ୍ରେସୱେରେ ରାହୁଲ ଗାନ୍ଧିଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ: ୫ଟି ଗାଡ଼ି ଓ ଆମ୍ବୁଲାନ୍ସ ଧକ୍କା

39

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାରକେଡ୍ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛି। ଏକ୍ସପ୍ରେସୱେର ୯୧ କିଲୋମିଟର ମାଇଲଷ୍ଟୋନ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୫ଟି ଗାଡ଼ି ଏବଂ ଗୋଟିଏ ଆମ୍ବୁଲାନ୍ସ ପରସ୍ପରକୁ ଧକ୍କା ହୋଇଛନ୍ତି। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ରାହୁଲ ଗାନ୍ଧି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧି ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୁଲତାନପୁରର ଏକ ପୁରୁଣା ମାନହାନି ମାମଲାରେ ଆଜି କୋର୍ଟରେ ତାଙ୍କର ହାଜିରା ରହିଥିବାରୁ ସେ ସେଠାକୁ ଯାଉଥିଲେ। ଏହି ଯାତ୍ରା ସମୟରେ କାରକେଡରେ ଥିବା ଏକାଧିକ ଗାଡ଼ି ମଧ୍ୟରେ ଧକ୍କା ହେବାରୁ କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ସମେତ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। 

Comments are closed, but trackbacks and pingbacks are open.