ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର

17

ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (STR)ରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ୍’ ଶିମିଳିପାଳ ଜଙ୍ଗଲରେ ସଫଳତାର ସହ ନିଜର ଆସ୍ଥାନ ଜମାଇବା ସହ ସନ୍ତାନ ଜନ୍ମ କରିଛି। ବାଘୁଣୀ ଓ ତା’ର ଛୁଆମାନେ ସୁସ୍ଥ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ବାଘୁଣୀ ବେକରୁ ରେଡିଓ କଲର ହଟାଇବାକୁ ନିଷ୍ପତ୍ତି ନେଇଛି। ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଜିନ୍ନତ୍ ବେକରୁ ରେଡିଓ କଲର ବାହାର କରାଯିବ। ବାଘୁଣୀକୁ ଟ୍ରାଙ୍କୁଲାଇଜ୍ (ବେହୋସ୍) ନକରି ଦୂରରୁ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଏହି କଲରକୁ ଅପସାରଣ କରାଯିବ। ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ ଏହାକୁ ଆଉ ନିୟମିତ ଟ୍ରାକ୍ କରିବାର ଆବଶ୍ୟକତା ନାହିଁ ବୋଲି ବନ୍ୟପ୍ରାଣୀ ଅଧିକାରୀମାନେ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.