୪ ୱିକେଟ ହରାଇ ପଞ୍ଜାବ କିଙ୍ଗ୍ସ ୧୩୭ ରନ ରେ ଅଲ ଆଉଟ,କେକେଆର ପାଇଁ ୧୩୮ ରନ ବିଜୟ ଲକ୍ଷ୍ୟ

172

ଆଇପିଏଲ ୨୦୨୨ ୧୫ ତମ ସଂସ୍କରଣ ର ଖେଳାଯାଇଥିବା ଅଷ୍ଟମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପଞ୍ଜାବ କିଙ୍ଗ୍ସକୁ ଭେଟିଛି I ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ପଞ୍ଜାବ କିଙ୍ଗ୍ସର ଉମେଶ ଯାଦବଙ୍କ ଶାଣିତ ବୋଲିଂ ବଳରେ ଆଇପିଏଲରେ ଆଜି ବଡ ସ୍କୋର ହେବାକୁ ଦେଇ ନାହିଁ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୮.୨ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଛି। ଉମେଶ ଯାଦବ ୨୩ ରନ ଦେଇ ୪ ଓ୍ଵିକେଟ୍ ନେଇ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯୟ ଘଟାଇଛନ୍ତି। ପଞ୍ଜାବ ପକ୍ଷରୁ ଭାନୁକା ରାଜପକ୍ଷେ ସର୍ବାଧିକ ୩୧ ରନ କରିଛନ୍ତି। କାଗିସୋ ରାବଡା ୨୫ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ୧୯ ରନ କରିଛନ୍ତି। ଚଳିତ ଆଇପିଏଲରେ ନିଜର ପ୍ରଥମ ବିଜୟ ହାସଲ ପାଇଁ କେକେଆର ସାମ୍ନାରେ ରହିଛି ୧୩୮ ରନ ବିଜୟ ଲକ୍ଷ୍ୟ।

Comments are closed, but trackbacks and pingbacks are open.