ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

23

ପୁରୀ: ପୁରୀ ଅସ୍ତରଙ୍ଗ ସରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଭିତରେ କିଛି ଦୁର୍ବୃତ୍ତ ପଶି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି । ଅବସ୍ଥା ଗୁରୁତର ହେବାରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମିଳିଥିବା ଖବର ମୁତାବକ, ପ୍ରଧାନ ଶିକ୍ଷକ ଅକ୍ଷୟ ବିଶ୍ୱାଳ ବିଦ୍ୟାଳୟରେ ପାଠ ପଢ଼ାଉଥିବାବେଳେ ଜଣେ ମହିଳାଙ୍କ ସହ ୩ ଜଣ ବ୍ୟକ୍ତି ତାଙ୍କୁ ସ୍କୁଲ୍ ହତାକୁ ଡକାଇଥିଲେ । ପ୍ରଧାନ ଶିକ୍ଷକ ଜଣକ ବିଦ୍ୟାଳୟ ପଡ଼ିଆକୁ ଆସିବା ପରେ ଏହି ଦୁର୍ବୃତ୍ତ ମାନେ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ବିଦ୍ୟାଳୟରେ ଭୟର ବାତାବରଣ ଦେଖାଦେଇଛି । ତେବେ କେଉଁ କାରଣରୁ ପ୍ରଧାନ ଶିକ୍ଷକଙ୍କୁ ଏପରି ଆକ୍ରମଣ କରାଗଲା ତାହା ଜଣାପଡିନଥିବାବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.