ଗ୍ରୀସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

200

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଆନୁଷ୍ଠାନିକ ସ୍ବାଗତ କରାଯିବ। ଏହା ପରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ। ଏହା ବ୍ୟତୀତ ସେ ଉଭୟ ଦେଶର ବ୍ୟବସାୟ ସମ୍ପ୍ରଦାୟ ଏବଂ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବେ।

Comments are closed, but trackbacks and pingbacks are open.