ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତି ନବନିର୍ମିତ ରାଇରଙ୍ଗପୁର ପୋଲିସ ଜିଲ୍ଲା ଏବଂ ଏସ୍ପିଙ୍କ କାର୍ଯ୍ୟାଳୟକୁ ଶୁଭ ଉଦ୍ଘାଟନ କରିବେ। ଓଡ଼ିଶା ପୋଲିସକୁ ମିଳିଥିବା ସମ୍ମାନଜନକ ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’ (President’s Colour Award) ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସୁନ୍ଦରଗଡ଼ଠାରେ ଏକ ନୂତନ ଜନଜାତି ସଂଗ୍ରହାଳୟର ଉଦଘାଟନ କରିବେ। ରାଇରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମୟୂରଭଞ୍ଜର ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଏହି ମାରାଥନ ଗସ୍ତ ପାଇଁ ୩ଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତି ଜୋରଦାର କରାଯାଇଛି।
Comments are closed, but trackbacks and pingbacks are open.