ଆଜିଠୁ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି

21

ଭୁବନେଶ୍ବର: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ଗଣତି ପାଇଁ ଅଧିକ ସମୟ ଆବଶ୍ୟକ ହେଉଥିବାରୁ ଏବେ ରବିବାର ବ୍ୟତୀତ ଶନିବାର ସମେତ ସପ୍ତାହର ଅନ୍ୟ ସମସ୍ତ ଦିନରେ ଏହି କାର୍ଯ୍ୟ ଜାରି ରହିବ। ଗଣତି ଚାଲିଥିବା ସମୟରେ ଶ୍ରଦ୍ଧାଳୁମାନେ କେବଳ ‘ବାହାର କାଠ’ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଜଗମୋହନ ଭିତରକୁ କେବଳ ପାଳିଆ ସେବକମାନଙ୍କୁ ପ୍ରବେଶ ଅନୁମତି ମିଳିବ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାରର ଗଣତି ସଫଳତାର ସହ ଶେଷ ହୋଇଥିଲା। ଗତକାଲି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ସହିତ ଆଗାମୀ ଚନ୍ଦନ ଯାତ୍ରାର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Comments are closed, but trackbacks and pingbacks are open.