ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଅଭିଯାନ: ପ୍ରଥମ ଦିନରେ ୬୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ

22

ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପର ପ୍ରଥମ ଦିନରେ ଆକ୍ସନ ମୋଡରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ । ପ୍ରଥମ ଦିନରେ ୬୮ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଥିବା ବେଳେ ୧୫ଶହ ଗାଡିର ପ୍ରବେଶ ପାଇଁ ଅନୁମତି ମିଳିନାହିଁ । ଦିଲ୍ଲୀ ବାହାରର ବିଏସ-୬ ମାନକ ପୂର୍ବରୁ ନିର୍ମିତ ଗାଡି ଉପରେ ଲାଗୁ ହୋଇଥିବା କଟକଣା ଅଧିନରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏବଂ ପରିବହନ ବିଭାଗ ଦ୍ୱାରା ୧୪ହଜାର ୯୩୦ ଟି ଗାଡି ଯାଞ୍ଚ କରାଯାଇଛି । ଏଥି ମଧ୍ୟରୁ ପ୍ରାୟ ୧୦.୩୧ ପ୍ରତିଶତ ଗାଡିକୁ ଫେରାଇ ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନିୟମ ଉଲ୍ଲଂଘନ ପାଇଁ ୫୬୬ଟି ଚାଲାଣ କଟାଯାଇଛି । ପିୟୁସିସି ନିୟମ ଉଲ୍ଲଂଘନ ପାଇଁ ୫୬.୬ ଲ କ୍ଷ ଟଙ୍କା ଜୋରିମାନା ଆଦାୟ ସହ ସୀମା ଦେଇ ପ୍ରବେଶ ଉପରେ କଟକଣା ଉଲ୍ଲଂଘନ ପାଇଁ ୨ ଲକ୍ଷ ଟଙ୍କା ଜୋରିମାନା ଓ ନିର୍ମାଣ ତଥା ଭଙ୍ଗାକାମ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ୯.୮ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଆଦାୟ ହୋଇଛି । ଦିଲ୍ଲୀ ଟ୍ରାଫିକ୍ ପୋଲିସର ପ୍ରବର୍ତ୍ତନକାରୀ ଦଳ ଗୁଡିକ ୧୨୭ଟି ଚାଲାଣ କାଟିବା ସହ ୬୨ଟି ଗାଡି ଜବତ କରିଛନ୍ତି । ସେମାନଙ୍କଠୁ ମୋଟ୍ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଫେରାଇ ଦିଆଯାଇଥିବା ୧୪୦ଟି ଗାଡି ହାଲକା, ୫୪ଟି ବାଣିଜ୍ୟିକ, ୯୫ ଭାରି ଯାନ ଏବଂ ୩୪ଟି ବସ୍ ଅନ୍ତର୍ଭୂକ୍ତ । ଯାଞ୍ଚ ହୋଇଥିବା ୧୪୨୩ଟି ଦୁଇଚକିଆ, ତିନିଚକିଆ ଓ ଅନ୍ୟ ଯାନ ମଧ୍ୟରୁ ୭୮୯ ଗାଡି ଫେରାଯାଇଥିବା ବେଳେ ୩୮ଟି ଗାଡି ଜବତ ହୋଇଛି । ସିଏନଜି ଓ ଇଭି ଗାଡି ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଗାଡିକୁ କଟକଣା ମୁକ୍ତ କରାଯାଇଛି । ମୋଟ୍ ୭୪୦ ଯାନ ଯାଞ୍ଚ କରାଯାଇ ପ୍ରବେଶ ଅନୁମତି ଦିଆଯାଇଥିଲା । ବଡ ନିର୍ମାଣ ସ୍ଥାନ ଗୁଡିକ ପାଇଁ ବନ୍ଦ ନିର୍ଦ୍ଦେଶ ଓ ୪ଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

Comments are closed, but trackbacks and pingbacks are open.