ଏପ୍ରିଲ ୨୮ରୁ ଅଫଲାଇନ୍‌ ମାଧ୍ୟମରେ ଯୁକ୍ତ ୨ ପରୀକ୍ଷା କରାଯିବ

21

ମାଟ୍ରିକ୍‌ ପରୀକ୍ଷା ପରି ଆସନ୍ତା ଏପ୍ରିଲ୍‌ ୨୮ରୁ ଅଫଲାଇନ ମୋଡ଼ ରେ ହେବ ଯୁକ୍ତ ୨ ପରୀକ୍ଷା । ନିଜ ନିଜ ସ୍କୁଲ ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ Iବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷା ହେବ Iଚଳିତ ବର୍ଷ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ । ପ୍ରବଳ ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ତେବେ କରନା କାଳ ରେ ବିଜ୍ଞାନ ପ୍ରାକ୍ଟିକାଲ ବାଧାପ୍ରାପ୍ତ ହେଇଥିବାରୁ ,ଏ ଥର ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ନିଜ ଶିକ୍ଷକମାନଙ୍କ ଦ୍ୱାରା କରାଯିବ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି । ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ । ନଚେତ ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡରେ ୨୦% ଅନୁଯାୟୀ ମାର୍କି ହେବ। ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ଚୂଡ଼ାନ୍ତ ହେବ ।

ସେହିପରି ଏପ୍ରିଲ୍‌ ୨୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ହେବ, ଯାହା ମେ ମାସ ୭ ଶେଷ ହେବ । ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ସମୟ ରହିବ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.