ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଲେ ମାଟ୍ରିକ ପରୀକ୍ଷା

40

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା। ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ପୂର୍ବରୁ ଦଶମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନ ଥିଲେ। ପରେ ରାଜନୈତିକ ବ୍ୟସ୍ତତା ଯୋଗୁ ସମୟ ବାହାର କରି ପାରି ନ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ତାଙ୍କର ଘନିଷ୍ଠ ବନ୍ଧୁ ମିଶି ଆଜି ପରୀକ୍ଷା ଦେବାକୁ ଯାଉଛନ୍ତି। ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

ଆଜି ଠାରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପରୀକ୍ଷା । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତିଶେଷ ହୋଇଯାଇଛି । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ୨୮ ତାରିଖ ରୁ ଆରମ୍ଭ ହୋଇ ୧୦ ତାରିଖ ରେ ଶେଷ ହେବ । ଜିଲାରେ ମୋଟ ୧୧୬୮୪ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବେ । ସେଥିମଧ୍ୟରୁ ୧୧୦୬୬ ଜଣ ପରୀକ୍ଷାର୍ଥୀ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ ତନ୍ମଧରୁ ୯୩ ଜଣ ଏକ୍ସ ରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ସମସ୍ତ ପରୀକ୍ଷାର୍ଥୀ କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବେ । ଜିଲାରେ ମୋଟ ୭୫ ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ପରୀକ୍ଷା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନ ପତ୍ର କଡା ସୁରକ୍ଷା ମଧ୍ୟରେ ସାତୋଟି ଥାନାରେ ମହଜୁଦ ଅଛି । କଡା ସୁରକ୍ଷା ଏବଂ କୋବିଡ଼ ଗାଇଡ଼ ଲାଇନ ଅନୁସାରେ ଚଳିତ ବର୍ଷ ଦଶମ ଶେଣୀ ପରୀକ୍ଷା ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.