ଟ୍ରକ୍ କୁ ପଛରୁ ଧକ୍କା ଦେଲା ଯାତ୍ରୀବାହି ବସ, ୧୦ ତୀର୍ଥଯାତ୍ରୀ ମୃତ, ୩୫ ଆହତ

396

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ବସ୍ ପଛରୁ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.