ଭୁବନେଶ୍ବର: ଆଜି ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମ ତ୍ୟାଗ, ବଳିଦାନ, ଜାତୀୟତା, ସ୍ୱଦେଶ ପ୍ରୀତି ଓ ଆତ୍ମୋତ୍ସର୍ଗର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ।ଦେଶର ସ୍ଵାଧୀନତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନାମାନଙ୍କୁ ମନ୍ତ୍ରୀ ମହୋଦୟ ପ୍ରଣାମ ଜଣାଇଥିଲେ।
Comments are closed, but trackbacks and pingbacks are open.