‘ଟ୍ୱିଟର’ ର ମାଲିକ ହେଲେ ଏଲୋନ୍ ମସ୍କ , ଜାଣନ୍ତୁ ଏହା କେତେ ମୂଲ୍ୟରେ ବିକ୍ରି ହେଲା

52

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ବର୍ତ୍ତମାନ ବିକ୍ରି ହୋଇଯାଇଛି । ଏହାର ମାଲିକ ହୋଇଛନ୍ତି ବିଶ୍ୱ ର ସବୁଠାରୁ ପ୍ରସିଦ୍ଧ ଧନୀ ବ୍ୟକ୍ତି ତଥା ଆମେରିକାର ଅରବପତି ତଥା ବୈଦ୍ୟୁତିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ I ସେ ସମୁଦାୟ ୪୪ ବିଲିୟନ ଡଲାର ଟ୍ୱିଟର କୁ କିଣିଛନ୍ତି I
କିଛି ସମୟ ପୂର୍ବରୁ ଏଲନ ମସ୍କ ଟୁଇଟର୍‌ର ୯% ସେୟାର କିଣିବାପାଇଁ ଟେଣ୍ଡର ପକାଇ ଥିଲେ I ଖବର ସରବରାହ ସଂସ୍ଥା ରୟେଟର୍ସର ରିପୋର୍ଟ ଅନୁସାରେ ବର୍ତ୍ତମାନ ଏଲୋନ୍ ମସ୍କ ଟ୍ୱିଟର ଇନ୍କୋରେ ୧୦୦ % ଅଂଶଧନ ହାସଲ କରିଛନ୍ତି | ସେ ଟ୍ୱିଟର କମ୍ପାନୀକୁ ସେୟାର ପିଛା ୫୪ .୨୦ ଡଲାରରେ କିଣିଛନ୍ତି। ଗତ କିଛି ସପ୍ତାହ ଧରି, ଟ୍ୱିଟର କମ୍ପାନୀ ଏଲୋନଙ୍କ ଅଫର ଉପରେ ବିଚାର କରୁଥିଲା। ବର୍ତ୍ତମାନ ବୋର୍ଡର ସମ୍ମତି ପାଇବା ପରେ କମ୍ପାନୀ ଟ୍ୱିଟର ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏଲନ ମସ୍କ ଏହି ପଏଜନ ପିଲ୍‌କୁ ଦୂର କରିବାର ଉପାୟ ବାହାର କରିଥିଲେ ଏବଂ କମ୍ପାନି ସହ ଡିଲ୍‌ ଚୂଡାନ୍ତ କରିଥିଲେ । ଟ୍ଵିଟର କିଣିବା ପରେ ଏଲନ ମସ୍କ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଉପରେ କାର୍ଯ୍ୟ କରିବେ ।

ବାକ୍‌ ସ୍ୱାଧୀନତାର ସେ ଜଣେ ଦୃଢ଼ ସମର୍ଥକ ବୋଲି ମସ୍କ କହିଆସିଥିଲେ । ଟ୍ଵିଟର କିଣିବା ପଛରେ ତାଙ୍କା ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ସୂଚନାଥାଉକି, ଏଲନ ମସ୍କ ପ୍ରଥମରୁ କହିଥିଲେଯେ ସେ ଟୁଇଟର୍‌କୁ କିଣିବା ପାଇଁ ୪୬.୦୫ ଅରବ ଡଲାର ପାଣ୍ଠିର ବ୍ୟବସ୍ଥା କରିସାରିଛନ୍ତି।

Comments are closed, but trackbacks and pingbacks are open.