ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

37

ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆଜିଠାରୁ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌। ଏହି ସେବା ଆଜିଠାରୁ ମେ’ ୩୧ ତାରିଖ ଯାଏ କାର୍ଯ୍ୟକ୍ଷମ କରିବ। ୦୬୭୪-୨୩୦୩୮୦୩ (0674-2303803)ରେ ଯୋଗାଯୋଗ କରି ଯେ କୌଣସି ଅଭିଯୋଗ ଓ ସନ୍ଦେହ ଥିରେ ଦୂର କରିପାରିବେ।
ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବେ। ଏଥିପାଇଁ ୧୧ ଶହ ୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ନୋଡାଲ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ନୋଡାଲ୍‌ ସେଣ୍ଟର ଓ ଦ୍ୱାଦଶର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ପରୀକ୍ଷା ପରିଚାଳନା ଚାଲେଞ୍ଜ ହେବାକୁ ଯାଉଛି। ସେପଟେ ଉପାନ୍ତ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ପ୍ରଶ୍ନପତ୍ର ସୁରକ୍ଷା ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଚିନ୍ତା ବଢାଇଛି କାଉନ୍‌ସିଲ୍‌।

Comments are closed, but trackbacks and pingbacks are open.