କଟକ: OPSC ପରୀକ୍ଷାରେ କପି କରିବା ଅଭିଯୋଗରେ କଟକ ମର୍କତନଗର ପୋଲିସ ଜଣେ ପରୀକ୍ଷାର୍ଥୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ମର୍କତନଗର ଅଞ୍ଚଳରେ ଓପିଏସସି ପରୀକ୍ଷା ଚାଲୁଥିବାବେଳେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଥିଲେ । ସେ ନିଜ କାନରେ ଇୟର୍ ଫୋନ୍ ଲଗାଇଥିଲେ । ସେ ଫୋନରେ ପ୍ରଶ୍ନ ଡାକୁଥିଲେ ଅପର ପାଖରେ ଥିବା ବ୍ୟକ୍ତି ତାଙ୍କୁ ଉତ୍ତର ଡାକୁଥିଲେ । ଯେତେବେଳେ ସ୍କ୍ୱାର୍ଡ ଟିମ୍ ପରୀକ୍ଷା ହଲରେ ଯାଞ୍ଚ ପାଇଁ ପହଁଥିଲେ ତାଙ୍କ ନିକଟରୁ ଇୟର୍ ଫୋନ୍ ଜବତ କରାଯାଇଥିଲା । ଏ ନେଇ ମର୍କତନଗର ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପରୀକ୍ଷାର୍ଥୀଙ୍କୁ ଜେରା କରିବା ପରେ ଏଥିରେ ଆଉ ଦୁଇ ଜଣ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ଶେଷରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କଲା ମର୍କତନଗର ଥାନା ପୋଲିସ୍ । କପି କରି ଧରାପଡିଥିବା ସଂପୃକ୍ତ ପରୀକ୍ଷାର୍ଥୀ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର।
Comments are closed, but trackbacks and pingbacks are open.