ବିରୋଧୀ ମହିଳାଙ୍କୁ ଅଧିକାରରୁ ବଞ୍ଚିତ କଲେ: ମୁଖ୍ୟମନ୍ତ୍ରୀ

178

ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’ ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ୧୭ ତାରିଖ ଘଟଣାକୁ ନେଇ ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି। ଏହା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାଜୟ ନୁହେଁ, ବରଂ ସମଗ୍ର ମହିଳା ସମାଜ ପାଇଁ ଏକ ଶକ୍ତ ଧକ୍କା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ନାରୀମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଗାଧ ଭରସା ରହିଛି ଏବଂ ଆଗାମୀ ଦିନରେ ସେମାନଙ୍କର ସମସ୍ତ ଆଶା ପୂରଣ ହେବ। “ଯେଉଁ ନାରୀ ସଫଳତାର ସହ ପରିବାର ଚଳାଇପାରେ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ମଧ୍ୟ କରିପାରିବ,” ବୋଲି ସେ ମତ ଦେଇଛନ୍ତି। ମହିଳାଙ୍କ ଅଧିକାର ପାଇଁ ସରକାରଙ୍କ ଲଢ଼େଇ ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.