OPHWC ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

135

ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର (OPHWC)ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଛନ୍ତି। ଲାଞ୍ଚ ଟଙ୍କା ନେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ତା’ଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରୁ ଧରିଥିଲା। ତାଙ୍କ ନିକଟରୁ ୫ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା। ତାଙ୍କର ସମ୍ବଲପୁର, ଭୁବନେଶ୍ୱର ଓ ଭଞ୍ଜନଗରରେ ଥିବା ବିଭିନ୍ନ ଘରୁ ଏକକାଳୀନ ଯାଞ୍ଚ ହେଉଛି। ତାଙ୍କ ଭୁବନେଶ୍ୱର ବାସଭବନରୁ ଆହୁରି ୫ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ଏହା ସହ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ତାଙ୍କ ଭଉଣୀଙ୍କ ବାସଭବନରେ ଲୁଚାଇ ରଖାଯାଇଥିବା ୨ଟି ଟ୍ରଙ୍କ ଭର୍ତ୍ତି ୫୦୦ଟଙ୍କିଆ ନୋଟ ଜବତ କରାଯାଇଛି।

Comments are closed, but trackbacks and pingbacks are open.