ପୋଲିସକୁ ଛୁରା ମାଡ଼ ଅଭିଯୋଗରେ ୫ ଜଣ ଆକ୍ରମଣକାରୀ ଅଟକ

23

କଟକ: ଗତକାଲି ରାତିରେ କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ରେ ପୋଲିସକୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ଆହତ ପୋଲିସ କର୍ମଚାରୀଙ୍କ ବେକ, ପିଠି ଏବଂ ହାତରେ ଆଘାତ ଲାଗିଛି । ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ । ସମସ୍ତେ ଏସସିବିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରୁ ବିପିନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ ଯୁବତୀ ଓ ଯୁବକ ଆପତ୍ତିଜନକ ଅବସ୍ଥାରେ ବସିଥିବା ବେଳେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ପଚରା ଉଚରା କରିଥିଲେ । ଏହି ସମୟରେ ଉକ୍ତ ଯୁବକ ଓ ଯୁବତୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ପିସିଆର୍ ଭ୍ୟାନ୍ ଯାଇ ପହଞ୍ଚିଥିବା ବେଳେ ଉକ୍ତ ଯୁବକ ତାଙ୍କର ସାଙ୍ଗମାନଙ୍କୁ ଫୋନ୍ ଯୋଗେ ଡାକିଥିଲେ। ଏହି ସମୟରେ କିଛି ଅସାମାଜିକ ଯୁବକ ସେଠାରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ସଂଘବଦ୍ଧ ଆକ୍ରମଣ କରିଥିଲେ ।

Comments are closed, but trackbacks and pingbacks are open.