‘ଓମିକ୍ରନ’ ବଢ଼ାଇଲା ଚିନ୍ତା : ସତର୍କ ରହିବାକୁ WHO ର ନିର୍ଦ୍ଦେଶ

0 104

କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ କୁ ନେଇ ସାରା ବିଶ୍ୱ ର ଚିନ୍ତା ବଢ଼ିଲାଣି । ଏହି ଭାରୀଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା I ଏହି ନୂଆ ଭାରିଏଣ୍ଟକୁ ନେଇ ବର୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶ ମାନଙ୍କୁ ନିର୍ଦେଶ ଦେଇଛି I ଦକ୍ଷିଣ ଆଫ୍ରିକା ସମେତ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି।ସାର୍ସ କୋଭ୍-୨ ଭାଇରସ୍ ଉପରେ ଗବେଷଣା କରୁଥିବା ଟେକନିକାଲ୍ ଆଡଭାଇଜରି ଗ୍ରୁପ୍ର ଭର୍ଚୁଆଲ ମିଟିଂରେ ଏହି ଭ୍ୟାରିଏଣ୍ଟର ନାମକରଣ ‘ଓମିକ୍ରନ’ କରାଯାଇଛି। ଅଳ୍ପଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ B.1.1.529 ବା ‘ଓମିକ୍ରନ’ ଭୁତାଣୁ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ’ ପକ୍ଷରୁ କୁହାଯାଇଛି।ପୂର୍ବର ଆସିଥିବା ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଣୁ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବା ଲାଗି ଶୁକ୍ରବାରଠାରୁ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି। ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ଜର୍ମାନୀ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ୟୁରୋପୀୟ ଦେଶ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ସେହିଭଳି ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ ରୋକ ଲାଗାଇଛି । ସେଠାରୁ ଆସୁଥିବା ଯାତ୍ରୀମାନଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ସହିତ କ୍ୱାରେଣ୍ଟାଇନ କରିବାକୁ ଏସବୁ ଦେଶମାନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ସିଙ୍ଗାପୁର ଏବଂ ମାଲେସିଆ ମଧ୍ୟ ୭ଟି ଆଫ୍ରୀକୀୟ ଦେଶରୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବେ ବୋଲି ଘୋଷଣା କରିସାରିଲେଣି। କେବଳ ଏତିକି ନୁହେଁ, ଓମିକ୍ରନ ସଂକ୍ରମଣ ବଢ଼ିବାର ସିଧା ପ୍ରଭାବ ଷ୍ଟକ ମାର୍କେଟ ଉପରେ ପଡ଼ିଛି। ତେବେ ସଂକ୍ରମଣ ପରେ ଓମିକ୍ରନର ପ୍ରଭାବ କେତେ ମାତ୍ରାରେ ରହୁଛି, ତାହା ଉପରେ ଅଧିକ ଗବେଷଣା ଜାରି ରହିଥିବାହୁ’ କହିଛି।
ସେପଟେ ଭାରତରେ ଏହି ନୂଆ ଭାରିଏଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। କରୋନା ମହାମାରୀ ଓ ଟିକାକୁ ନେଇ ଏହି ବୈଠକରେ ଆଲୋଚନା ଚାଲିଛି। ସେପଟେ ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ନୂଆ ଭାରିଏଣ୍ଟରେ ପ୍ରଭାବିତ ଦେଶଗୁଡିକୁ ବିବାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଦିଙ୍କୁ ଟ୍ୱିଟ୍‌ କରି ଅପିଲ୍‌ କରିଛନ୍ତି। ଭାରତରେ ଯେପରି ନୂଆ ଭାରିଏଣ୍ଟ ପ୍ରବେଶ ନ କରିବ ସେଥିପ୍ରତି ଆଗୁଆ ସଜାଗ ହେବା ଉଚିତ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଗୁରୁବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ ହଂକଂ ଏବଂ ଇସ୍ରାଏଲରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ସ୍କ୍ରିନିଂ କରାଯିବା ଉଚିତ।

Leave A Reply

Your email address will not be published.