ଚିଲିକାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା ଓଡିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’

210

ଆଜି ଚିଲିକା ବଡ଼କୁଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ ହେଲା ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’। ଏହି ଲୋକାର୍ପିତ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର,ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ଶୁଭେନ୍ଦୁ କଟାରୀୟା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ, ଜିଲ୍ଲା ପରିଷଦ ଉପସଭାପତି,ବିକାଶ ଗ୍ରୁପ ଚେୟାରମ୍ୟାନ ଡି ମୁରଲୀ କ୍ରିଷ୍ଣା, ଭି. ଶ୍ରୀନିବାସ, ଗୌତମ ଅଗ୍ରୱାଲ, ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ମରାଳ ମାଳିନୀ ନିଳାମ୍ବୁ ଚିଲିକା ଜଳରାଶିରେ ଆରାମ ଦାୟକ ନୌବିହାର ସାଙ୍ଗକୁ ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାର ମଜାକୁ ଦ୍ୱିଗୁଣିତ କରିବ ଏହି ହାଉସ ବୋଟ ଗରୁଡ଼। ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍ ଏହି ହାଉସ ବୋଟ ନିର୍ମାଣ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ କରିଥିଲେ। ଯାହା ଆଗାମୀ ଦିନରେ ଚିଲିକା ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ସହ ଆହୁରି ଅଧିକା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା ରଖିଛି ଚିଲିକା ପ୍ରଶାସନ।

Comments are closed, but trackbacks and pingbacks are open.