ଜାତୀୟ ମାନ୍ୟତାରେ ଓଡ଼ିଶାର ଚମକ: ଟପ୍-୧୦୦ରେ ୩ ସରକାରୀ ମେଡିକାଲ କଲେଜ

61

ଭୁବନେଶ୍ୱର: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ (IIRF)-୨୦୨୬ ରାଙ୍କିଂରେ ଓଡ଼ିଶାର ମେଡିକାଲ କଲେଜଗୁଡ଼ିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦେଶର ଶ୍ରେଷ୍ଠ ୧୦୦ଟି ମେଡିକାଲ କଲେଜ ତାଲିକାରେ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜ ସ୍ଥାନ ପାଇଛନ୍ତି। କଟକ ଏସ୍‌ସିବି ୧୫ତମ, ବୁର୍ଲା ଭିମ୍‌ସାର୍‌  ୬୪ତମ ଏବଂ ବ୍ରହ୍ମପୁର ଏମ୍‌କେସିଜି ୭୪ତମ ମାନ୍ୟତା ହାସଲ କରିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ଏମ୍ସ ୧୬ତମ ସ୍ଥାନରେ ରହିଛି। ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଏହି ଜାତୀୟ ସଫଳତା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଚିକିତ୍ସା ଶିକ୍ଷା, ଗବେଷଣା ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାକୁ ଏହି ବଡ଼ ସଫଳତା ମିଳିଛି। IIRF ରାଙ୍କିଂରେ କଟକ ସ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ ହାସଲ କରିଥିବା ବେଳେ ଏମ୍ସ ଭୁବନେଶ୍ୱର ୧୬ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଏହି ରାଙ୍କିଂରେ ପ୍ରଥମ ଥର ପାଇଁ ଓଡ଼ିଶାର ଗୋଟିଏ ରାଜ୍ୟ ସରକାରୀ ମେଡିକାଲ କଲେଜ, କେନ୍ଦ୍ରୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱରଠାରୁ ଆଗରେ ରହିଛି। ସେହିପରି ବୁର୍ଲାର ଭୀମସାର୍‌ ୬୪ତମ ଏବଂ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ ସ୍ଥାନ ହାସଲ କରିଛି। ରାଜ୍ୟର ତିନୋଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ଜାତୀୟସ୍ତରର ଟପ୍-୧୦୦ ତାଲିକାରେ ସ୍ଥାନ ପାଇବା ଓଡ଼ିଶାର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି।

Comments are closed, but trackbacks and pingbacks are open.