ବେଙ୍ଗାଲୁରୁରେ ଓଡ଼ିଆ ମହିଳାଙ୍କୁ ହତ୍ୟା, ସ୍ୱାମୀ ଗିରଫ

6

ବେଙ୍ଗାଲୁରୁ: ଟଙ୍କାକୁ ନେଇ ଓଡ଼ିଆ ଦମ୍ପତିଙ୍କ ମଧ୍ୟରେ ଝଗଡା ପରେ, ପତ୍ନୀକୁ ମାରି ଖୋଲା ସ୍ଥାନରେ ଫୋପାଡି ଦେଇଥିଲା ଅଭିଯୁକ୍ତ ସ୍ବାମୀ । ବେଙ୍ଗାଲୁରୁର ଓଡ଼ିଆ ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ମୃତ ମହିଳା ହେଲେ ଓଡ଼ିଶାର ଅନୁସୂୟା ବେହେରା (୨୮) । ମିଳିଥିବା ସୂଚନା ଅନୁସାରେ, ଗଳିତ ଅବସ୍ଥାରେ ଅନୁସୂୟାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶରୀର ନଷ୍ଟ ହୋଇଥିବାରୁ ପରିଚୟ ମିଳିବାରେ ବିଳମ୍ବ ହୋଇଥିଲା । ପୋଲିସ ମୃତକଙ୍କ ଡ୍ରେସରେ ଲାଗିଥିବା ବାରକୋର୍ଡରୁ ପରିଚୟ ପାଇଥିଲା । ଏହାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସାଗର ଚନ୍ଦ୍ର ରାଉତ(୩୨)କୁ ଗିରଫ କରିଛି । ସେ ପତ୍ନୀକୁ ହତ୍ୟା କରିଥିବା ସ୍ବୀକାର କରିଛି । ଏହାପରେ ପୋଲିସ କୋର୍ଟଚାଲାଣ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି ।
ଖବର ଥାଉ ଯେ, ଦୁଇ ବର୍ଷେ ପୂର୍ବ ପରିବାର ଲୋକଙ୍କୁ ନଜଣାଇ ଘରୁ ଲୁଚି ପ୍ରେମ ବିବାହ କରିଥିଲେ । ଦେଢମାସ ହେବ ବେଙ୍ଗାଲୁରୁର ସାମ୍ପ୍ପିଗେହଲ୍ଲି ଅଞ୍ଚଳର ଏନଏସ ଅଗ୍ରହାରା ଲେଆଉଟରେ ଏକ ଭଡା ଘରେ ରହୁଥିଲେ । ଦୁଇ ଜଣ ହୋଟେଲରେ କାମ କରୁଥିଲେ । ଗତ ୨ ସେପ୍ଟେମ୍ବରରେ ଅନୁସୂୟାଙ୍କ ମୃତଦେହ ମହେଶ କୁମାରଙ୍କ ଘର ନିକଟରେ ଥିବା ଏକ ଖୋଲା ସ୍ଥାନରୁ ମିଳିଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ, ଗତ ୧୧ ଅଗଷ୍ଟରେ ଅନୁସୂୟା ସ୍ବାମୀ ସାଗର ଯେଉଁ ହୋଟେଲରେ କାମ କରୁଥିଲେ ସେଠାକୁ ଯାଇଥିଲେ । ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ, ଗତ 11 ଅଗଷ୍ଟରେ ଅନୁସୂୟା ସ୍ବାମୀ ସାଗର ଯେଉଁ ହୋଟେଲରେ କାମ କରୁଥିଲେ ସେଠାକୁ ଯାଇଥିଲେ । ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

Comments are closed, but trackbacks and pingbacks are open.