୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

31

ଭୁବନେଶ୍ୱର:ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ କମ୍ବାଇଣ୍ଡ ୟୁନିଫର୍ମଡ୍ ସର୍ଭିସେସ୍ (ବିଲୋ ଗ୍ରାଜୁଏଟ୍ ଲେଭଲ୍) ପରୀକ୍ଷା-୨୦୨୬ ଅଧୀନରେ ମୋଟ ୭,୨୬୮ ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଗୁରୁବାର ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ବିଜ୍ଞାପନ ସଂଖ୍ୟା 01-CRE-2026/OUSSSC ଜରିଆରେ ଏହି ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ବିଭାଗରେ ପଦବୀ ପୂରଣ କରାଯିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମୁଖ୍ୟତଃ କନେଷ୍ଟବଳ (ସିଭିଲ୍), କନେଷ୍ଟବଳ (ଯୋଗାଯୋଗ), କନେଷ୍ଟବଳ (OISF), ଅଗ୍ନିଶମ କର୍ମଚାରୀ, ଫାୟାରଫାଇଟିଂ ଡ୍ରାଇଭର, ଡ୍ରାଇଭର PMT ଏବଂ ଟ୍ରାଫିକ୍ କନେଷ୍ଟବଳ ଆଦି ପଦବୀ ପାଇଁ କରାଯିବ।ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନ୍ ଯୋଗେ ଆବେଦନ କରିପାରିବେ। ଖାଲିଥିବା ପଦବୀ, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ପ୍ରକ୍ରିୟା ଏବଂ ଅନ୍‌ଲାଇନ୍ ପଞ୍ଜୀକରଣ ତଥା ଆବେଦନ ଫର୍ମ ଦାଖଲ କରିବାର ସମୟସୂଚୀ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ କମିଶନଙ୍କ ସରକାରୀ ୱେବସାଇଟ୍https://ousssc.odisha.gov.in ପରିଦର୍ଶନ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.