SIR ବିରୋଧୀ ପ୍ରତିବାଦରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସ୍ୱାମୀ

26

ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପି ପ୍ରଭାକର।ସେ ଏସ୍‌ଆଇଆର ବିରୋଧରେ ଆୟୋଜିତ ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେବେ ଓ କକ୍ରୋଚ ଜନତା ପାର୍ଟି ବା ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସହ ଷ୍ଟେଜ ଶେୟାର କରିବେ। ଏହି ମଞ୍ଚରେ ବିଜେପି ସରକାରର ସମାଲୋଚକ ତଥା ଅଭିନେତା ପ୍ରକାଶ ରାଜଙ୍କୁ ମଧ୍ୟ ଦେଖିବାକୁ ମିଳିବ lଅକ୍ଟୋବର ୨୩ରେ ପିପୁଲ ଏଗନେଷ୍ଟ ଏସ୍‌ଆଇଆର ଆଲାଏନ୍ସ ପକ୍ଷରୁ ବିଶାଳ ବିକ୍ଷୋଭ ସମାବେଶ ଆୟୋଜନ କରାଯାଉଛି। ଆନ୍ଦୋଳନ ସମୟରେ ଗୋଟିଏ ମଞ୍ଚଳରେ ସ୍ୱେଚ୍ଛାସେବୀ, ରାଜନୀତିକ ସମୀକ୍ଷକ ଓ ଲୋକପ୍ରିୟ ଚେହେରାଙ୍କୁ ଦେଖିବାକୁ ମିଳିବ। ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇ ଏସ୍‌ଆଇଆରକୁ ପ୍ରତ୍ୟାହାର ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ଜୋରଦାର କରିବେ। ଏହି ଆନ୍ଦୋଳନରେ ପ୍ରଭାକର ସାମିଲ ହେବେ। ଏନେଇ ସେ ନିଜେ ଏକ୍ସରେ ସୂଚନା ଦେଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ “ହର ଗଲି ମେ ଯନ୍ତର ମନ୍ତର। ଶୁକ୍ରବାର, ଅକ୍ଟୋବର ୨୩, ୨୦୨୬। ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ଶୋଭାଯାତ୍ରା। ଆସନ୍ତୁ ଚ୍ୟାଲେଞ୍ଜ କରିବା।” ପ୍ରଭାକର ଯୋଗ ଦେଉଥିବା କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଚାଷୀ ନେତା ରାକେଶ ଟିକାୟତ, ଆଇସା ମୁଖ୍ୟ ନେହା ବୋରା ଓ ଲେଖକ ତୁଷାର ଗାନ୍ଧି ମଧ୍ୟ ସାମିଲ ହେବେ।

Comments are closed, but trackbacks and pingbacks are open.