NEET UG 2022: ଖୁବ ଶୀଘ୍ର ପରୀକ୍ଷା ର ତାରିଖ ପ୍ରକାଶ ପାଇବ

33

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (NEET 2022) ର ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ I ରିପୋର୍ଟ ଅନୁଯାୟୀ, NEET UG 2022 ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ପଞ୍ଜୀକରଣ ୪ ଏପ୍ରିଲ ୨୦୨୨ ଠାରୁ ଆରମ୍ଭ ହୋଇଛି I ଏଥି ସହିତ, ଜୁଲାଇ ୧୭ ରେ ପରୀକ୍ଷା ହେବାକୁ ଯାଉଛି I ତେବେ ଏନେଇ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ I ତେବେ ଆଶା କରାଯାଉଛି ସୂଚନା ଅନୁଯାୟୀ, NEET 2022 ର ବିଜ୍ଞପ୍ତି ଜାରି କରିବା ସହିତ NTA ଏହାର ପଞ୍ଜୀକରଣ ୱିଣ୍ଡୋ ମଧ୍ୟ ଖୋଲିବ I ଏହା ସହିତ NEET 2022 ର ବିଜ୍ଞପ୍ତି NTA ର ଅଫିସିଆଲ୍ ୱେବସାଇଟରେ nta.ac.in ଏବଂ neet.nta.nic.in ରେ ମଧ୍ୟ ଉପଲବ୍ଧ ହେବ I

ତେବେ ଯାହା ଜଣାପଡୁଛି ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଦୁଇରୁ ତିନି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ବୋଲି କରାଯାଉଛି | ତେବେ, ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବଂ ପରୀକ୍ଷାର ପ୍ରକୃତ ତାରିଖ ଜଣାପଡିବା ପରେ ଛାତ୍ରମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାଣିପାରିବେ I ଏ ସଂକ୍ରାନ୍ତରେ ଗଣମାଧ୍ୟମ ରେ ରିପୋର୍ଟ ଦାବି କରାଯାଇଛି ଯେ NEET 2022 ର ପରୀକ୍ଷା ୧୭ ଜୁଲାଇ ୨୦୨୨ ରେ କରାଯିବ।
MBBS ଏବଂ BDS ପାଠ୍ୟକ୍ରମରେ ଆଡମିଶନ ପାଇଁ NEET UG 2022 ପରୀକ୍ଷା କରାଯିବ I ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାର ତାରିଖ ଘୋଷଣା ପାଇଁ ଅପେକ୍ଷା କରିଛନ୍ତି | ବୋର୍ଡ ପରୀକ୍ଷାରେ ବିଳମ୍ବ ହେତୁ NEET ପରୀକ୍ଷା କରିବାକୁ ସମୟ ଲାଗୁଛି ବୋଲି ଆଶା କରାଯାଉଛି I

Comments are closed, but trackbacks and pingbacks are open.