ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ:ରାୟଗଡ଼ା ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ

0 233

ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏହି ପିଏଲ୍‌ଜିଏ ସପ୍ତାହ ମଧ୍ୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇଥା’ନ୍ତି। ଏହି ଆଶଙ୍କାରେ ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାସହ ରାୟଗଡ଼ା ଜିଲ୍ଲା ତଥା ଜିଲ୍ଲା ବାହାରକୁ ୬ଟି ରୁଟ୍‌ରେ ଯାତାୟତ କରୁଥିବା ସରକାରୀ ବସ୍ ଗୁଡ଼ିକର ଚଳାଚଳ ବନ୍ଦ କରି ଦିଆଯାଇଛି।ଚନ୍ଦ୍ରପୁର, ବ୍ରହ୍ମପୁର, କାଶୀପୁର, ଥୁଆମୂଳ ରାମପୁର, ଡଙ୍ଗାପଦର ଓ ନାରାୟଣପାଟଣାକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ଏହାସହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ପୁଲିସ ଗାଡ଼ି ମୋଟର ଯାଞ୍ଚ କରୁଛି। ଏହା ସହିତ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ କରାଯାଉଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନକ୍ସଲ ସଂଗଠନ ସିପିଆଇ ବାଂଶଧାରା ଘୁମୁସର ନାଗାବଳି ଡିଭିଜନ କମିଟି ପକ୍ଷରୁ କଲ୍ୟାଣସିଂହପୁର ପାର୍ସାଲିରେ ବ୍ୟାନର ଓ ପୋଷ୍ଟର ଲଗା ଯାଇଥିଲା। ଡିସେମ୍ବର ୨ ତାରିଖରୁ ୮ ଯାଏ ପିଏଲ୍‌ଜିଏ ସପ୍ତାହ ପାଳନ କରିବା ପାଇଁ ଏହି ଏଥିରେ ଆହ୍ୱାନ ଦିଆଯାଇଥିଲା।

Leave A Reply

Your email address will not be published.