ମା’ ନାଁ ପିଶାଚୀ : ଶିଶୁପୁତ୍ର ର ତଣ୍ଟିଚିପି ହତ୍ୟା କରି କୂଅରେ ଫୋପାଡ଼ିଲା

9

ପାରିବାରିକ କଳହ ର କରୁଣ ପରିଣତି ମା’ ସାଜିଲା ପିଶାଚୀ । ନିଜ କୁନି ପୁଅ ର ତଣ୍ଟିଚିପି ହତ୍ୟାକରୀ କୂଅରେ ଫୋପାଡ଼ିଦେଲା ମା ‘ I ଏଇଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ I ଯେଉଁ ମା’ ନିଜ ଗର୍ଭରୁ ଛୁଆକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ମାତ୍ର ୨ ମାସ ନ ପୁରୂଣୁ ଜୀବନ ନେଇଗଲା ସେହି ପିଶାଚୀନୀ ମା’ । ପତିପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହରେ ବଳି ପଡ଼ିଗଲା ନିଷ୍ପାପ ଶିଶୁ। କିଛି ଦିନ ପୂର୍ବରୁ ଦୁଇମାସର ପୁଅକୁ ଛାଡି ମାଆ ବାପଘରକୁ ଚାଲିଯାଇଥିବା ଶାଶୂ ଅଭିଯୋଗ କରିଛନ୍ତି। ୩ ଦିନ ହେବ ଭିଣୋଇ ମହିଳାଙ୍କୁ ଶାଶୂ ଘରେ ଆଣି ଛାଡି ଦେଇ ଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ବାପାମା’ଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, କାନପୁର ଗାଁର ସତ୍ୟରଞ୍ଜନ ପରିଡ଼ା ୨ ବର୍ଷ ପୂର୍ବେ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଆର୍ଥିକ ଅନଟନକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଘଟଣାଦିନ ମଧ୍ୟ ଝଗଡା ଉଗ୍ରରୂପ ଧାରଣ କରିଥିଲା ପିଶାଚୀନୀ ମା’ନିଜର ରାଗ ସୁଝାଇବାକୁ ଯାଇ ରାତିରେ ମଶାରୀ ଭିତରୁ ପୁଅକୁ ନେଇ ତଣ୍ଟିଚିପି ହତ୍ୟାକାରୀ ଅଖରରେ ବାନ୍ଧି କୂଅରେ ଫୋପାଡ଼ି ଦେଇଥିଲା ଇ ଏହା ପରେ ପୁଅ ଚୋରି ହେଇଯାଇଛି ବୋଲି ଚିତ୍କାର କରି କହିଥିଲା Iଘଟଣା କ୍ରମେ ପୋଲିସ ଅନୁସନ୍ଧାନ କରି ନିକଟସ୍ଥ କୂଅ ରୁ ଅଖାରେ ଗୁଡିହେଇଥିବା ଶିଶୁପୁତ୍ରର ମୃତ ଦେହ ପାଇଥିଲେ ଇ ଏହି ଘଟଣାର ସନ୍ଦେହ ହେବାରୁ ମୃତ ଶିଶୁର ବାପା ମା ‘ ଙ୍କୁ ଥାନାକୁ ଡ଼କାଇଥିଲା ଇ ଅଧିକ ପଚାର ଉଚରା ପରେ ଲକ୍ଷ୍ମୀପ୍ରିୟା ନିଜ ଛୁଆକୁ ତଣ୍ଟି ଚିପି ମାରିଥିବା ପୁଲିସ୍‌କୁ କହିବା ସହ ନିକଟସ୍ଥ କୂଅରେ ପକାଇଥିବା କହିଥିଲେ। ଅନ୍ୟପଟେ ଲକ୍ଷ୍ମୀପ୍ରିୟା ର ମାନସିକ ବିକୃତି ଥିବା କଥା ସ୍ୱାମୀ ସତ୍ୟରଞ୍ଜନ ପରିଡ଼ା କହିଛନ୍ତି I

Leave A Reply

Your email address will not be published.