ଭୁବନେଶ୍ବର: ଲୁହା ରଡ୍ ବୋଝେଇ ଟ୍ରକ୍ରେ ଲିଫ୍ଟ ମାଗିବା ଶେଷରେ ମୃତ୍ୟୁର କାରଣ ସାଜିଛି। ଘରକୁ ଫେରିବା ବାଟରେ ଟ୍ରକ୍ ହଠାତ୍ ବ୍ରେକ୍ ମାରିବାରୁ ଲୁହା ରଡ୍ ତଳେ ଚାପି ହୋଇ ମାଆ ଓ କୁନି ପୁଅଙ୍କ ପ୍ରାଣହାନି ଘଟିଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ପାରାଦ୍ବୀପକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଚଣ୍ଡିଖୋଲରୁ ଏକ ଲୁହା ରଡ୍ ବୋଝେଇ ଟ୍ରକ୍ ଡାଲାରେ ୭ ଜଣ ଲିଫ୍ଟ ମାଗି ବସି ଆସୁଥିଲେ। ମଇତାପୁର ନିକଟରେ ଏକ ହମ୍ପସ୍ ପାଖରେ ଡ୍ରାଇଭର ହଠାତ୍ ବ୍ରେକ୍ ମାରିଦେବାରୁ ଟ୍ରକ୍ରେ ଥିବା ଲୁହା ପ୍ଲେଟ୍ ଓ ରଡ୍ଗୁଡ଼ିକ ଯାତ୍ରୀଙ୍କ ଉପରକୁ ଖସି ପଡ଼ିଥିଲା। ଏଥିରେ ମାଆ ଓ ପୁଅ ଗୁରୁତର ଭାବେ ଚାପି ହୋଇଯାଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଗୋୖରୀ ହେମ୍ବ୍ରମ ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୋଲିସ
Comments are closed, but trackbacks and pingbacks are open.