ମୋଦୀ ପାଇବେ ନୋବେଲ ଶାନ୍ତି ପୁରସ୍କାର !

25

ମୋଦୀ ପାଇବେ କି ନୋବେଲ ଶାନ୍ତି ପୁରସ୍କାର? ଋଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ମିଳିପାରେ ପୁରସ୍କାର । ଆସ୍‌ଲେ ଟୋଜେ ବଡ ବୟାନ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବଡ ଦାବିଦାର । ନୋବେଲ ପୁରସ୍କାର କମିଟିର ଡେପୁଟି ନେତା ଆସ୍‌-ଲେ ଟୋଜେ ଏଭଳି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୋଦୀ ଆଜି ବିଶ୍ୱରେ ଶାନ୍ତିର ସବୁଠାରୁ ବିଶ୍ୱସନୀୟ ଚେହେରା । ଏମିତିକି ସେ ମୋଦୀଙ୍କ ପ୍ରଶଂସକ ହୋଇପାରିଛନ୍ତି । ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ରୋକିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି ।

ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ନେତା ଏବଂ ସେ କେବଳ ଶାନ୍ତି ପ୍ରତିଷ୍ଠା କରିପାରିବେ । ମୋଦୀ ଜଣେ ଏମିତି ଏକ ନେତା, ଯିଏ କେବଳ ଭାରତ ତଥା ଏହାର ଅର୍ଥନୀତିର ଉନ୍ନତିର ଯତ୍ନ ନେଉନାହାଁନ୍ତି ବଂର ପୃଥିବୀର ବିଭିନ୍ନ କାର୍ଯ୍ୟରେ ସହଯୋଗ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଯୋଗୁଁ ଭାରତ ଏକ ଧନୀ ଏବଂ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି । ଭାରତକୁ ଶାନ୍ତିର ଉତ୍ତରାଧିକାରୀ ବୋଲି କହି ସେ ଆହୁରି କହିଛନ୍ତି ଭାରତ ଏକ ମହାଶକ୍ତି ହେବାକୁ ଯାଉଛି । ଦୁନିଆର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ ଏବଂ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ ଦକ୍ଷତା ରହିଛି ।

ତେବେ ଆସଲେ ଟୋଜେ ନରୱେ-ଜିଆନ୍ ନୋବେଲ କମିଟିର ଡେପୁଟି ନେତା ଅଟନ୍ତି । ନୋବେଲ ଶାନ୍ତି ପୁରସ୍କାର ବିଜେତା ହିଁ କମିଟି ସ୍ଥିର କରନ୍ତି । ଏହି କମିଟି ଭାରତରେ ପହଞ୍ଚିଛି ଏବଂ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଆସଲେ ଟୋଜେ ଏଭଳି କହିଛନ୍ତି । ଯଦି ସବୁଠାରୁ ଯୋଗ୍ୟ ନେତା ପିଏମ ମୋଦୀ ନୋବେଲ ଶାନ୍ତି ପୁରସ୍କାର ଜିତନ୍ତି ତେବେ ଏହା ଐତିହାସିକ ହେବ ।

Comments are closed, but trackbacks and pingbacks are open.