ଦୁଇଥର ସାଂସଦ ଓ ଉପମୁଖ୍ୟମନ୍ତ୍ରୀ ହେବାକୁ ମିଳିଥିଲା ଅଫର : ସୋନୁ

125

ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ପ୍ରସିଦ୍ଧ ଅଭିନେତା ନୁହଁନ୍ତି ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ ଅଟନ୍ତି । କୋଭିଡ ସମୟରେ, ଏହି ଅଭିନେତା ଜଣକ ଅଭାବୀ ଲୋକଙ୍କୁ ବହୁତ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ସେମାନଙ୍କୁ ନିଜ ନିଜ ଠିକଣାରେ ପହଞ୍ଚାଇବା ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରି ଅନେକ ପ୍ରଶଂସା ସାଉଁଟିଥିଲେ ।

ଆଉ ଏହା ଦେଖି ଲୋକମାନେ ଆଶଙ୍କା କରୁଥିଲେ ଯେ, ସୋନୁ ସୁଦ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିପାରନ୍ତି । ଆଉ ସେତେବେଳର ଏହି ଚର୍ଚ୍ଚା ଉପରେ ଏବେ ମୁହଁ ଖୋଲିଛନ୍ତି ଅଭିନେତା ସୋନୁ ସୁଦ୍ । ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ସୋନୁ ସୁଦଙ୍କୁ ରାଜନୀତିରେ ପ୍ରବେଶ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା, ସେତେବେଳେ ଅଭିନେତା ଉତ୍ତର ଦେଇଥଲେ ଯେ ରାଜନୀତି ବିଷୟରେ କହିବାକୁ ଗଲେ ମୋତେ ଦୁଇଥର ରାଜ୍ୟସଭା ସାଂସଦ ହେବାକୁ ଅଫର ମିଳିଛି, କିନ୍ତୁ ମୁଁ ଏହି ଅଫର ଗ୍ରହଣ କରିନାହିଁ । ଏପରିକି ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ପ୍ରଦାନ କରାଯାଇଛି ।

ସୋନୁ ସୁଦ ଆହୁରି କହିଛନ୍ତି, “ମୋତେ ଅନେକ ଜିନିଷ ଦିଆଯାଇଛି, କିନ୍ତୁ ଏହି ଜିନିଷ ମୋତେ ଉତ୍ସାହିତ କରି ନାହିଁ । ମୁଁ ମୋର ନିଜସ୍ୱ ନିୟମ କରିବାକୁ ଚାହୁଁଛି କାରଣ ମୁଁ କାହା ଦ୍ୱାରା ନିର୍ମିତ ପଥ ଅନୁସରଣ କରିବାକୁ ଚାହେଁ ନାହିଁ ।

Comments are closed, but trackbacks and pingbacks are open.