ଭୁବନେଶ୍ୱର: ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ସ୍ୱତନ୍ତ୍ର ଏସଓପି (SOP) ଆଣିବାକୁ ଯାଉଛନ୍ତି। ଏ ସମ୍ପର୍କରେ ରାଜସ୍ୱ ଓ ଜନଗଣନା ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ, କର୍ମଚାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସରକାରଙ୍କ ପାଇଁ ପ୍ରାଥମିକତା। ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍ୱେଭ୍) ଯୋଗୁଁ ଅନେକ କର୍ମଚାରୀ ଅସୁସ୍ଥ ହେଉଥିବା ବେଳେ କେତେକ ସ୍ଥାନରେ ସେମାନଙ୍କ ଉପରେ ଆକ୍ରମଣ ହେଉଥିବା ଖବର ମଧ୍ୟ ଆସିଛି। ଏହାକୁ ଗମ୍ଭୀରତାର ସହ ନେଇ ମନ୍ତ୍ରୀ କହିଛନ୍ତି, “ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜି ବାହାର କରାଯିବ।” ଏ ନେଇ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ସରିଥିବା ସେ ସ୍ପଷ୍ଟ କରିଛନ୍ତି।
Comments are closed, but trackbacks and pingbacks are open.