ଖଣି ଖନନ ବେଳେ ଦୁର୍ଘଟଣା, ୧୩ ଶ୍ରମିକ ମୃତ

0 116

ଧIନବାଦ ଜିଲ୍ଲାରେ ଏକ କୋଇଲା ଖଣି ଖନନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ନିରସା ପ୍ରଖଣ୍ଡ ଅଞ୍ଚଳରେ ଖୋଳାଯାଉଥିବା ଏହି କୋଇଲା ଖଣି ମଧ୍ୟକୁ ପ୍ରବେଶ କରିବା ସମୟରେ କୋଇଲା ର ଖଣିର ଏକ ବଡ ଅଂଶ ଖସିଯିବାରୁ ଏହାତଳେ ବହୁ ଶ୍ରମିକ ଚାପି ହୋଇ ଯାଇଥିଲେ। ଫଳରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ବହୁ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି I ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରିରହିଛି । ସୂଚନାନୁସାରେ, କିଛି ଲୋକଙ୍କୁ ଶୀଘ୍ର ଖଣିରୁ ବାହାର କରି ନିଆଯାଇଛି,ତେବେ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ମିଳିପାରି ନାହିଁ I
ସ୍ଥାନୀୟଲୋକଙ୍କ କହିବାନୁଯାୟୀ, ବେଆଇନ ଭାବେ ଏଠାରେ କୋଇଲା ଉତ୍ତୋଳନ କରାଯାଉଥିଲା। ସେହି ସମୟରେ କୋଇଲା ଖଣିର ଏକ ବଡ ଅଂଶ ୨୦ ଫୁଟ ତଳକୁ ଖସିଯିବାରୁ ଏହାତଳେ ଉକ୍ତ ଶ୍ରମିକମାନେ ଦବି ହୋଇ ରହିଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ସେଠାରେ, ECL ମ୍ୟାନେଜମେଣ୍ଟ ଦ୍ୱାରା ଟ୍ରେଞ୍ଚ କଟିଙ୍ଗ କରାଯାଇଥିଲା, ଯାହା ପରେ ଏହି ଦୁର୍ଘଟଣା ଘଟିଥିଲା I ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଧନବାଦର ନିରସା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋତି ହୋଇଥିବା ଶ୍ରମିକଙ୍କୁ ଜେସିବି ମେସିନ୍ ସାହାଯ୍ୟରେ ଖଣିରୁ ବାହାର କରିଥିଲେ ।

Leave A Reply

Your email address will not be published.