MI V SRH : ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ବଳରେ ୬/୧୯୩ ରେ ହାଇଦ୍ରାବାଦ

29

ଆଇପିଏଲ ୨୦୨୨ ର ୬୫ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRH) ର ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି I ମୁମ୍ବାଇ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିବାବେଳେ ,ହାଇଦ୍ରାବାଦ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା I ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ (MI ବନାମ SRH) ଦଳ ପ୍ରଥମେ ଖେଳିବାବେଳେ ୬ ୱିକେଟ୍ ହରାଇ ୧୯୩ ରନ୍ ର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା I ପ୍ଲେ ଅଫ୍ ଦୌଡ଼ରେ ପ୍ରବେଶ ପାଇଁ ଦଳ କର ବା ମର ସ୍ଥିତିରେ ରହିବ I ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଟି ମ୍ୟାଚ୍ ହାରିଯିବା ପରେ ନକ୍ଆଉଟ୍ ରାଉଣ୍ଡରୁ ବାହାରି ସାରିଛି। ହାଇଦ୍ରାବାଦ ଦଳ ର ରାହୁଲ ତ୍ରିପାଠୀ ଚଳିତ ସିଜିନ୍ରୁ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ବ୍ୟତୀତ ପ୍ରିୟମ୍ ଗର୍ଗ ଏବଂ ନିକୋଲାସ୍ ପୁରାନ୍ ମଧ୍ୟ ତାଙ୍କୁ ଭଲ ସମର୍ଥନ କରିଥିଲେ I କେନ୍ ୱିଲିୟମ୍ସନ୍ଙ୍କ ଅଧିନାୟକତ୍ବ ରେ ହାଇଦ୍ରାବାଦ ଏହି ମ୍ୟାଚ୍ ପୂର୍ବରୁ ୧୨ ଟି ମଧ୍ୟରୁ ୫ ଟି ମ୍ୟାଚ୍ ଜିତିଛି ଇ ତେଣୁ ପ୍ଲେ ଅଫ ରେ ପ୍ରବେଶ ପାଇଁ ହାଇଦ୍ରାବାଦ ଆଜି ଆପ୍ରାଣ ଉଦ୍ୟମ କରିବ I ଏକଦା ୧୭ ଓଭରରେ ୧୭୨ ରନ କରିଥିବା ହାଇଦ୍ରାବାଦ ଶେଷ ଆଡକୁ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲା। ଶେଷ ଆଡକୁ ମୁମ୍ବାଇ ବୋଲରଙ୍କ ମାପୁଚପ ବେଲାିଂ ଫଳରେ ଦଳ ୨୦୦ ଛୁଇଁ ପାରିନାହିଁ ହାଇଦ୍ରାବାଦ। ମୁମ୍ବାଇ ପକ୍ଷରୁ ରମନଦୀପ ସିଂହ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଡାନିଏଲ ସାମ୍ସ ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.