ମେଟାକୁ ସରକାରଙ୍କ ନୋଟିସ୍, ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

32

ନୂଆଦିଲ୍ଲୀ:ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ମେଟାକୁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶିଶୁ-ସମ୍ବନ୍ଧୀୟ ଆପତ୍ତିଜନକ କିଛି ବିଜ୍ଞାପନ ସେୟାର କରାଯାଇଛି । ଯେଉଁଥିପାଇଁ ସରକାର ମେଟା ଅଧିକାରୀଙ୍କୁ ସମନ ଜାରି କରିବା ସହ ୭ ଦିନ ମଧ୍ୟରେ ଏକ ବିସ୍ତୃତ ସ୍ପଷ୍ଟୀକରଣ ସରକାର ମେଟାକୁ ମାଗିଛନ୍ତି ।ଏଥିସହିତ କମ୍ପାନୀ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ମେଟାକୁ ପ୍ରଶ୍ନ କରିବ। କେନ୍ଦ୍ର ସରକାର ମେଟାକୁ ଏକ ନୋଟିସ୍ ଜାରି କରି ଶିଶୁ ସମ୍ବନ୍ଧୀୟ ଆପତ୍ତିଜନକ ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ଇନଷ୍ଟାଗ୍ରାମ ବିଜ୍ଞାପନକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି I ଏହି ସପ୍ତାହରେ ଦ୍ଵିତୀୟ ଥର ପାଇଁ କେନ୍ଦ୍ର ସରକାର ମେଟା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ବିବିସିର ଏକ ତଦନ୍ତରୁ ଜଣାପଡିଛି ଯେ, ଇନଷ୍ଟାଗ୍ରାମ ଭାରତରେ ଶିଶୁ ସମ୍ବନ୍ଧୀୟ ଆପତ୍ତିଜନକ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଉଥିବା କିଛି ପେଡ୍ ବିଜ୍ଞାପନ ପ୍ରଦର୍ଶନ କରୁଥିଲା । ଏହି ବିଜ୍ଞାପନ ୟୁଜର୍ସଙ୍କ ଟେଲିଗ୍ରାମ ଚ୍ୟାନେଲକୁ ପଠାଯାଉଥିଲା । ଯେଉଁଠାରେ ମାତ୍ର ୯୯ ଟଙ୍କାରେ ଏପରି ବେଆଇନ କଣ୍ଟେଣ୍ଟ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି । ରିପୋର୍ଟ ଅନୁସାରେ, ବିଜ୍ଞାପନଗୁଡ଼ିକରେ ଦୁଷ୍କର୍ମ ଭିଡିଓ ଏବଂ ଚାଇଲ୍ଡ ଭିଡିଓ ଭଳି ଶବ୍ଦ ବ୍ୟବହାର କରାଯାଇଥିଲା । ଯଦିଓ ଇନଷ୍ଟାଗ୍ରାମ୍‌ରେ ବିଜ୍ଞାପନ ମେଟାର ମଡରେଟର ସିଷ୍ଟମରୁ ମଞ୍ଜୁର କରିଥାଏ କିନ୍ତୁ କମ୍ୟୁନିଟି ଗାଇଡଲାଇନ୍ସର ଉଲ୍ଲଂଘନ କରିନାହିଁ ବୋଲି ବିବିସିର ଏହି ରିପୋର୍ଟ ପରେ ପ୍ଳାଟଫର୍ମ କହିଥିଲା ।ବିବିସି ଭାରତରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କ୍ରିଏଟ୍ କରିଥିଲା । କେବଳ କିଛି ଦିନ ମଧ୍ୟରେ ସେହି ଆକାଉଣ୍ଟରେ ଯୌନ ସମ୍ବନ୍ଧୀୟ କଣ୍ଟେଣ୍ଟ ଦେଖାଇବା ଆରମ୍ଭ କରିଥିଲା । ପରେ ଏପରି କିଛି ବିଜ୍ଞାପନ ଦେଖିବାକୁ ମିଳିଥିଲା । ଯେଉଁଥିରେ ଶିଶୁମାନଙ୍କୁ ଆପତ୍ତିଜନକ ସମ୍ବନ୍ଧୀୟ ପରିସ୍ଥିତିରେ ଦେଖାଯାଇଥିଲା । ଯାହା ସେଗୁଡ଼ିକ ଟେଲିଗ୍ରାମ ଚ୍ୟାନେଲ ସହ ଜଡିତ ଥିଲା ।

Comments are closed, but trackbacks and pingbacks are open.