ମେଡ଼ିକାଲ ପ୍ରବେଶିକା ପରୀକ୍ଷା- ନିଟ୍ ପାଇଁ ଓଡିଶାରୁ ପରୀକ୍ଷା ଦେବେ ୧ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ

36

କାଲି ଅନୁଷ୍ଠିତ ହେବ ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା- ନିଟ। ସାରା ଦେଶରେ ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ। କେବଳ ଓଡିଶାରୁ ପରୀକ୍ଷା ଦେବେ ୧ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ। ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି- ଏନଟିଏ ପରିଚାଳିତ ନିଟ ପରୀକ୍ଷା ପାଇଁ ସାରା ଦେଶର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାର ୨୪ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ଭୁବନେଶ୍ୱରରେ ହୋଇଛି ୧୮ଟି କେନ୍ଦ୍ର।

ଭୁବନେଶ୍ୱରରେ ପରୀକ୍ଷା ଦେବେ ୧୨ହଜାର ୫୧୬ ଛାତ୍ରଛାତ୍ରୀ। ଦିନ ୨ଟାରୁ ୫ଟା୨୦ ପର୍ଯ୍ୟନ୍ତ ହେବ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ଅବଧି ୨୦ ମିନିଟ ବୃଦ୍ଧି କରାଯାଇଛି। କୋଭିଡ କଟକଣାରେ ହେବ ପରୀକ୍ଷା। ଦିନ ୧୧ଟାରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପ୍ରବେଶ କରିବେ। ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରବେଶ ସମୟ ଅଲଗା ଅଲଗା ରହିଛି। ମାସ୍କ ବାଧ୍ୟତାମୂଳକ ରହିଥିବା ବେଳେ କେବଳ ଆଇକାର୍ଡ଼ ଓ ଆଧାରକାର୍ଡ ନେଇ ଯାଇପାରିବେ ପରୀକ୍ଷାର୍ଥୀ।

Comments are closed, but trackbacks and pingbacks are open.