ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ

138

ଚଳିତ ମାସ ୨୧ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ରାଜ୍ୟର ମୋଟ୍ ୫୮ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ପହଞ୍ଚିବେ । ମୂଲ୍ୟାୟନ ପାଇଁ ୪୮୧ ମୁଖ୍ୟ ପରୀକ୍ଷକ ନିୟୋଜିତ ହେବେ । ୯୦୦ ଡେପୁଟୀ ନିରକ୍ଷକ, ୮,୯୧୯ ସହକାରୀ ପରୀକ୍ଷକ ରହିବେ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଥିବା ବୋର୍ଡ କହିଛି। ଗତକାଲି ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷକଙ୍କ ନିଯୁକ୍ତି ପତ୍ର ୱେବସାଇଟରେ ଅପଲୋଡ଼ କରାଯାଇଥିବା ବେଳେ ମୂଲ୍ୟାୟନ ସହ ଜଡିତ ସମସ୍ତ କର୍ମଚାରୀଙ୍କୁ ୨୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବାକୁ କୁହାଯାଇଛି। ଚଳିତ ଥର ଏକ ସଂଗେ ତିନୋଟି ପରୀକ୍ଷାର ମୂଲ୍ୟାୟନ ମେ’ ୨୧ରୁ ଆରମ୍ଭ ହେବ। ହାଇସ୍କୁଲ ଓ ମୁକ୍ତ ବିଦ୍ୟାଳୟ ପାଇଁ ମୂଲ୍ୟାୟନ ବେଳେ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ମାର୍କ ଅପଲୋଡ଼ କରାଯିବାକୁ ଥିବାବେଳେ ମଧ୍ୟମାରେ ଅଫଲାଇନରେ ମାର୍କ ଫଏଲରେ ମାର୍କ ଗ୍ରହଣ କରାଯିବ।

Comments are closed, but trackbacks and pingbacks are open.