ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ପ୍ରଥମ ଥର ଓଡ଼ିଆରେ ମିଳିବ ମାର୍କ ସିଟ୍

33

ଭୁବନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି। ଚଳିତ ବର୍ଷର ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପୂର୍ବରୁ ଏହା କେବଳ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିଲା। ଶନିବାର ଅପରାହ୍ନ ୪ଟା ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୫ଟାରୁ ପରୀକ୍ଷାର୍ଥୀମାନେ ଅନଲାଇନରେ ନିଜର ମାର୍କସିଟ୍ ଦେଖିପାରିବେ।

Comments are closed, but trackbacks and pingbacks are open.