କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ, ୬ ଆହତ

12

ନୂଆଦିଲ୍ଲୀ: ତାରାପୀଠ ପରେ ଏବେ କୋଲକାତାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ମାର୍କେଟ୍ ଅଞ୍ଚଳସ୍ଥିତ ଫ୍ରି ସ୍କୁଲ୍ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ନିଆଁ ଲାଗିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ହୋଟେଲ ଭିତରେ ନଅ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଆଁକୁ ନିୟନ୍ତ୍ରଣ କରାଯାଇଛି, କିନ୍ତୁ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Comments are closed, but trackbacks and pingbacks are open.